ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା
ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଡିସେମ୍ବରରେ ଏହି ୩ ବିଧେୟକକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ୧୮୬୦ର ଇଣ୍ଡିଆନ ପେନାଲ କୋଡ, ୧୯୭୩ ମସିହାର ସିଆରପିସି ଏବଂ ୧୮୭୨ ମସିହାର ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ ଏହି ନୂତନ ୩ ଆଇନ।ଆଇପିସିର ସ୍ଥାନ ନେବ ନୂଆ ଫୌଜଦାରୀ ଆଇନ। ସରକାର ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।