ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧି ଦେଇଥିବା ବିବୃତ୍ତିକୁ ନେଇ ଚାରିଆଡେ ଚର୍ଚା । ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରୁଛି । ତାଙ୍କ ମନ୍ତବ୍ୟକୁ ନେଇ ଭାରତରେ ଏକ ବିବାଦ ସୃଷ୍ଟି ହୋଇଛି। ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ତେବେ କେମ୍ବ୍ରିଜ ବକ୍ତବ୍ୟରେ ରାହୁଲ ଗାନ୍ଧି ଚାଇନାକୁ ସମର୍ଥନ କରିଥିବା ବିଜେପି କହିଛି। ବିଜେପି କହିଛି ଯେ, କଂଗ୍ରେସ ଏବଂ ରାହୁଲ ଗାନ୍ଧି ହେଉଛନ୍ତି ଭାଇ ଭାଇ। ଏପରିକି ରାହୁଲ ତାଙ୍କ ବକ୍ତବ୍ୟରେ କହିଥିଲେ ପୁଲଓ୍ବାମାରେ ଘଟିଥିବା ଆକ୍ରମଣ ଆତଙ୍କବାଦୀ ଆକ୍ରମଣ ନଥିଲା  ।