ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ: ଆମ ଶାସନରେ ପ୍ରଭୁ ରାମଙ୍କ ନୈତିକତା ବା ମୂଲ୍ୟବୋଧ ପ୍ରତିଫଳିତ ହେଉଥିବା କହି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଶୁଭେଚ୍ଛା ପତ୍ରରେ ରାଷ୍ଟ୍ରପତି ମୁର୍ମୁ ଲେଖଛନ୍ତି ଯେ, ପ୍ରଭୁ ରାମଙ୍କ ଶାସନ ଜନମଙ୍ଗଳ ଉପରେ ଆଧାରିତ ଥିଲା। ଆଜି ସେହି ନୀତି ଓ ଆଦର୍ଶ ଆମ ଦେଶ ଶାସନରେ ପ୍ରତିଫଳିତ ହେଉଛି। ଗୁରୁତ୍ବ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ୧୧ ଦିନ ଧରି ନିଷ୍ଠାର ସହିତ ପାଳନ କରିଥିବା ଅନୁଷ୍ଠାନ ଖାଲି ପବିତ୍ର ବ୍ରତ ନ ଥିଲା, ଥିଲା ପ୍ରଭୁ ଶ୍ରୀରାମଙ୍କ ନିକଟରେ ଆତ୍ମୋତ୍ସର୍ଗ ଓ ସମର୍ପିତ ହେବାର ଗଭୀର ଆଧ୍ୟାତ୍ମିକ କ୍ରିୟା।
ପ୍ରଭୁ ରାମଙ୍କ ଜୀବନ ଓ ଆଦର୍ଶ ଆମ ଦେଶ ଇତିହାସର ଅନେକ ଅଧ୍ୟାୟକୁ ପ୍ରଭାବିତ କରିଛି ଓ ଦେଶ ନିର୍ମାତାଙ୍କୁ ପ୍ରେରଣା ଦେଇଛି ବୋଲି କହି ରାଷ୍ଟ୍ରପତି କହିଛନ୍ତି।