ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ

ଯୋଧପୁର: ରାଜସ୍ଥାନରେ ଯୋଧପୁର ଡିଭିଜନ୍‌ର ରାଜକିୟାୱାସ୍‌-ବୋମଦରା ସେକ୍‌ସନ୍‌ରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ଟି ବଗି ଧାରଣାଚ୍ୟୁତ ହୋଇଛି। ବାନ୍ଦ୍ରା ଟର୍ମିନସ୍‌ରୁ ବାହାରିଥିବା ଉକ୍ତ ଟ୍ରେନ୍‌ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ଫଳରେ 10 ଜଣ ଯାତ୍ରୀ ଆହତ ହୋଇଛନ୍ତି  । ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନ ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଁଚିବା ପାଇଁ ରେଲବାଇ ପକ୍ଷରୁ ଭିନ୍ନ ବ୍ୟବସ୍ଥା କରାଯାଇଛି ।