ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ପରେ ଘାଇଲା ହେଲେ ବିରୋଧୀ
ଭାରତୀୟ ରାଜନୀତିରେ ନିର୍ବାଚନକୁ ନେଇ ଅନେକ ସମୟରେ ସରକାରୀ ବିରୋଧୀଙ୍କ ମଦ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗିଥାଏ । ସରକାରୀ ଦଳ ବିରୋଧୀଙ୍କୁ ହରାଇବା ପାଇଁ ରଣନୀତି କରିଥାନ୍ତି । ବିରୋଧୀମାନେ ସମଭାବାପନ୍ନ ଦଳମାନଙ୍କୁ ନେଇ ଶାସକ ଦଳକୁ ମୁକାବିଲା କରିବା ପାଇଁ ଏକଜୁଟ ହୋଇଥାନ୍ତି । ହେଲେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭିନ୍ନ ରଣନୀତି ହୋଇଥିବା ବେଳେ ସାମ୍ବିଧାନିକ ପଦ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପଦ ରାଜନୈତିକ ପଶାପାଲି ଭିନ୍ନ ରୂପରେ ହୋଇଥାଏ ।
ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ମହିଳା ଦ୍ରୈାପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀକରି ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଦେଇଛନ୍ତି । ବିରୋଧୀ ଦଳମାନେ ଯେଉଁଦିନ ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀଭାବେ ଘୋଷଣା କଲେ ସେହିଦିନ ରାତିକୁ ଦ୍ରୈାପଦୀଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ।
ନିର୍ବାଚନ ପ୍ରକ୍ରିୟା ଓ ପ୍ରଚାର ଭିତରେ ବିରୋଧୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଅନେକ ବିରୋଧୀ ଆଦିବାସୀ ଭୋଟ ହାତଛଡା ନକରିବା ପାଇଁ ଗୋଟିକ ପରେ ଗୋଟିଏ ଦ୍ରୈାପଦୀଙ୍କୁ ସମର୍ଥନ ଘୋଷଣା କରିଥିଲେ । ଦେଶରେ ଛୋଟବଡ଼ 44 ଟି ଦଳ ଦ୍ରୈାପଦୀଙ୍କ ସପକ୍ଷରେ ରହିଥିବା ବେଳେ ଯଶୋବନ୍ତଙ୍କ ସପକ୍ଷରେ ମାତ୍ର 34ଟି ଦଳ ରହିଛନ୍ତି ।
ଆଜି ଅନୁଷ୍ଠିତ ହେଉଥିବା ନିର୍ବାଚନରେ ରାଷ୍ଟ୍ରପତି ଯଶୋବନ୍ତଙ୍କୁ ପଛରେ ପକାଇ ଦ୍ରୈାପଦୀ ଆଗରେ ଥିବା ରାଜନୈତିକ ଅଙ୍କରୁ ସ୍ପଷ୍ଟ ହୋଇଛି । ଯଦିବା ବିଦ୍ଧିଭବ ଭାବେ ଫଳାଫଳ 21ରେ ଘୋଷଣା ହେବ କିନ୍ତୁ ଭୋଟଦାନର ପ୍ରକ୍ରିୟାରୁ ଯେଉଁ ସୂଚନା ହସ୍ତଗତ ହେଉଛି ତାହା ଦ୍ରୈାପଦୀ ମୁର୍ମୁଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଛି ।
। ପ୍ରଥମେ ସରକାରୀ ଦଳକୁ ବିରୋଧ କରୁଥିବା ବିରୋଧୀ ଦଳମାନେ ପ୍ରାର୍ଥୀଙ୍କୁ ଦେଖି ନିଜ ମତ ପରିବର୍ତ୍ତନ କରି ସରକାରୀ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ତେବେ ସବୁଠି ଯେଉଁ ଆଲୋଚନା ହେଉଛି ତାହା ହେଉଛି ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ହେଉଛି ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ । ଯେଉଁଥିରେ ବିରୋଧିମାନେ ଘାଇଲା ହୋଇଛନ୍ତି । ଏବଂ ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ କଂଗ୍ରେସର ହାତ ଛାଡି ବିଜେପି ସମର୍ଥିତ ପ୍ରାର୍ଥୀ ଦ୍ରୈାପଦୀଙ୍କୁ ଭୋଟ ଦେଇଛନ୍ତି ।
ଚଳିତ ରାଷ୍ଟ୍ରପତି ନିର୍ବାଚନ ବେଳେ ଏହା ଦେଖାଯାଇଛି ଯେ ଏନଡିଏ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିରୋଧୀମାନେ ଯେପରି ଲଢ଼େଇ ପାଇଁ ମଇଦାନର ଏକତ୍ରିତ ହୋଇଥିଲେ । ଦ୍ରୈାପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରିବା ପରେ ବିରୋଧୀଙ୍କ ଭିତରୁ ଗୋଟିଏ ପରେ ଗୋଟିଏ ଏପରିକି 44ଟି ଦଳର ସାଂସଦ ଏବଂ ବିଧାୟକମାନେ ଭୋଟ ଦେଇଛନ୍ତି । ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ଦଳଗୁଡିକ ମଧ୍ୟରେ ରହିଛନ୍ତି । ବିଜେପି JDU, AIADMK,BJD, BSP, YSRCP,ADS, RLJP, AGP, PMK, NPF, NPP, JJP, UPPL, MNF, NISHAD, NDPP, AJSU, LJP(Ramvilas) ,MNS, JCC, SKM, HAM, BPF, RASP,JSP, AINRC,HLP, UDP, PDF, MGP, HSPDP, KPA, RPI-A, TMC-M, IPFT, PBK, SAD, TDP, JSDL, SHS, SHS(Eknath)JMM, SBSP, JDS