ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା

ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ସୋମବାର ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ଗତକାଲି ସୁଦ୍ଧା ୧୪କୁ ବୃଦ୍ଧିପାଇଥିଲା। ଆଜି ସେଠାରୁ ଆହୁରି ୨ଟି ମୃତ ଦେହ ଉଦ୍ଧାର ହୋଇଛି ବୋଲି ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି