ମଣିପୁରରେ ଭୂମିକମ୍ପ ଅନୁଭୂତ

ରିକ୍ଟର ସ୍କେଲରେ ୩.୯ ତୀବ୍ରତାର

ଦେଶରେ ପୁଣି ଥରେ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ମଣିପୁରରେ ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ସକାଳ ୬ଟା ୫୬ ମିନିଟରେ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ।