ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ୍। ଆଜି ବିଲ ଗେଟସ୍ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ଯାନ କରିବେ ବିଲ ଗେଟସ୍। କିଟ୍ ଆଉ କିସର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛ ।ଏହାପରେ କୃଷି ଭବନ ପରିଦର୍ଶନ କରିବା ସହ କୃଷି ସମୀକ୍ଷା କେନ୍ଦ୍ର ଯାଇ ଅନୁଧ୍ୟାନ କରିବେ। ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି। କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି। ଏହାପରେ ବିଲ ଗେଟସ୍ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି। ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବିଲ ଗେଟସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି। ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି