’ଭାରତ ମଣ୍ଡପମ’ ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର

ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ସବୁଠୁ ଅଧିକ ଚର୍ଚା କୋଣାର୍କ ଚକ୍ରକୁ ନେଇ । ବିଶେଷ କରି କୋଣାର୍କ ଚକ୍ରର ଐତିହ୍ୟ ଉପରେ ବିଶ୍ବନେତାଙ୍କୁ ମଧ୍ୟ ବୁଝାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ପ୍ରଧାନମନ୍ତ୍ରୀ  ବିଶ୍ବନେତାଙ୍କୁ ସ୍ବାଗତ କରିବା ବେଳେ କୋଣାର୍କ ଚକ୍ର ନିକଟରେ ବିଶ୍ବନେତାଙ୍କ ସହ ଫଟୋ ଉଠାଉଛନ୍ତି ।  ସବୁଠାରୁ ବଡ଼ କଥା ହେଉଛି କି, ପ୍ରଧାନମନ୍ତ୍ରୀ ଯେଉଁସ୍ଥାନରେ ଅତିଥୀଙ୍କୁ ସ୍ବାଗତ କରୁଥିଲେ ସଠାରେ ଓଡ଼ିଶା ସଂସ୍କୃତି ଐତିହ୍ୟର ପରିଚୟ ଥିବା କୋଣାର୍କ ଚକ୍ର ରହିଛି । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି ଏବଂ ଏହା ଉପରେ ଚର୍ଚା ହେଉଛି