ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’

ସେନାର ସାମରିକ ସାମର୍ଥ୍ୟରେ ଅଧିକ ଶକ୍ତି ଯୋଗ କରିବାର ନିଷ୍ପତ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ହୋଇଥିବା ବୈଠକରେ ସେନାର ସାମରିକ ସାମର୍ଥ୍ୟରେ ଅଧିକ ଶକ୍ତି ଯୋଗ କରିବାର ନିଷ୍ପତ୍ତି ନିଆଯାଇଛି। ଏହା ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ।