ବ୍ରିଟିସ-ପାକିସ୍ତାନୀ ନିଶା ଦେଇ ବ୍ରିଟେନ ଝିଅଙ୍କ ସହ ଦୁଷ୍କର୍ମ କରୁଛନ୍ତି: ବ୍ରେଭରମ୍ୟାନ

ଲଣ୍ଡନ: ବ୍ରିଟିସ-ପାକିସ୍ତାନୀମାନେ ଇଂଲଣ୍ଡରେ  ଝିଅମାନଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଛନ୍ତି  ବୋଲି ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ପ୍ରକାଶ କରିଛନ୍ତି। କେତେକ ବ୍ରିଟିସ ପାକିସ୍ତାନୀ ଇଂଲଣ୍ଡରେ ଶିଶୁ ଯୌନ ନିର୍ଯାତନା ନେଟ୍‌ୱର୍କ ଚଳାଇଛନ୍ତି। ସରଳ ଶ୍ବେତାଙ୍ଗ ଝିଅମାନଙ୍କୁ ସେମାନେ ନିଜ ଜାଲରେ ଫସାଇ ନିଶା ଦେଇ ଦୁଷ୍କର୍ମ କରୁଛନ୍ତି। କିନ୍ତୁ ଆମର ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ସାମାଜିକ କାର୍ଯ୍ୟକର୍ତ୍ତା, ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ପାକିସ୍ତାନୀ ବଂଶୋଦ୍ଭବମାନଙ୍କ ଏତାଦୃଶ କାର୍ଯ୍ୟକଳାପ ପ୍ରତି ଆଖି ବୁଜିଦେଉଛନ୍ତି। କାରଣ ସେମାନଙ୍କର ଭୟ ହେଉଛି, ଯଦି ସେମାନେ ପାକିସ୍ତାନୀ ବଂଶୋଦ୍ଭବଙ୍କ ଉପରେ ନଜର ରଖନ୍ତି ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କାଳେ କେହି ଜାତିବାଦୀ କହିଦେବ।