ବିହାର ଭବନ ହେବ, ଓଡ଼ିଶାରେ ମେଂଟ ନେଇ ଆଲୋଚନା ହୋଇନି: ନବୀନ
ଭୁବନେଶ୍ବର: ବହୁ ଚର୍ଚା, ଆଲୋଚନା ହେବା ପରେ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ନୀତିଶ ଭେଟିବା ସହ ଏକ ଘଂଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି। ତେବେ କଣ ଆଲୋଚନା ହୋଇଛି ତାକୁ ନେଇ ଏବେ ଚର୍ଚା ଜୋରଧରିଛି । ଜେଡିୟୁ ପକ୍ଷରୁ ଏହି ଆଲୋଚନା ବିରୋଧୀଙ୍କ ଏକତା ନେଇ କରାଯାଇଥିବା କୁହାଯାଇଥିବା ବେଳେ ନବୀନ କିନ୍ତୁ ଏହାକୁ ସିଧା ସିଧା ମନା କରିଛନ୍ତି । ନୀତୀଶ କୁମାର-ନବୀନ ଭେଟ ସଂପର୍କରେ ଜେଡିୟୁର ଟୁଇଟ୍ କରି ବିପକ୍ଷ ଦଳଙ୍କୁ ନୀତିଶ ଏକଜୁଟ କରୁଥିବା କୁହାଯାଇଛି । ଏହା ସହ ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, ବିପକ୍ଷ ଏକତାର ସାରଥୀ ବନିଛନ୍ତି ନୀତୀଶ କୁମାର । ବିନା କୌଣସି ବ୍ୟକ୍ତିଗତ ସ୍ୱାର୍ଥରେ ବିପକ୍ଷ ଦଳଙ୍କୁ ଏକଜୁଟ କରୁଛନ୍ତି ।
विपक्षी एकता के अगुआ बने मुख्यमंत्री नीतीश कुमार, उड़ीसा जाकर मुख्यमंत्री श्री नवीन पटनायक से की मुलाकात, बिना व्यक्तिगत महत्वाकांक्षा के विपक्षी पार्टियों को कर रहे एकजुट।#JDU #NitishKumar #Bihar #Odisha #VipakshiEkta #Opposition pic.twitter.com/RkM5EV9IcC
— Janata Dal (United) (@Jduonline) May 9, 2023
ସେପଟେ ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ବିହାରର ଯେଉଁ ତୀର୍ଥଯାତ୍ରୀ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଏଠାରେ ରହିପାରିବେ। ଆମେ ଦୁହେଁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲୁ। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଅବଶ୍ୟ ନୀତୀଶ କୁମାର ମଧ୍ୟ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିବାକୁ ସେ ଆସିଥିଲେ ବୋଲି କହିଛନ୍ତି। ନବୀନଙ୍କ ଟୁଇଟରେ ମଧ୍ୟ ରାଜନୈତିକ ଗନ୍ଧ କିଛି ନାହିଁ ।
Glad to meet #Bihar Chief Minister Shri @NitishKumar in #Bhubaneswar. #Odisha shares a special bond with Bihar and the people of the neighbouring state. Hope he had a pleasant and fruitful stay in Odisha. pic.twitter.com/tPGtvRisAz
— Naveen Patnaik (@Naveen_Odisha) May 9, 2023