ବିଶ୍ବ ନେତାଙ୍କୁ ସ୍ବାଗତ : ‘ଭାରତ ମଣ୍ଡପମ୍’ରେ ପ୍ରଧାନମନ୍ତ୍ରୀ ମୋଦୀ

‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବର ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍‌’ରେ ଉପସ୍ଥିତ ହୋଇ ସଂବୋଧନ କରୁଛନ୍ତି।

 

YouTube player

 

 

ଏଥର ସମ୍ମିଳନୀର ଥିମ୍‌ ରହିଛି ‘ବସୁଧୈବ କୁଟୁମ୍ବକମ୍‌’,  ସମଗ୍ର ବିଶ୍ବ ଗୋଟିଏ ପରିବାର। ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଏହାର ସଦସ୍ୟ ରାଷ୍ଟ୍ର ଏବଂ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ରାଷ୍ଟ୍ରର ମୁଖ୍ୟମାନେ ବୈଠକରେ  ପହଞ୍ଚିଛନ୍ତି ।  ସେମାନଙ୍କୁ ସ୍ବାଗତ କରିବାପାଇଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଓମାନ ଉପପ୍ରଧାନମନ୍ତ୍ରୀ ଆସାଦ ବିନ ତାରିକ ବିନ ତଇମୁର , ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ‌ମେଲୋନି, ୟୁଏଇ ରାଷ୍ଟ୍ରପତି ସେଖ୍‌ ମହମ୍ମଦ ବିନ ଜାୟେଦ ଅଲ ନହୟାନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା , ଜର୍ମାନ ଚାନ୍ସଲର ଓଲାଫ୍‌ ସ୍କଲ୍‌ଜ, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ  ପହଞ୍ଚି ସାରିଛନ୍ତି ।