ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା’ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା ବାଧାପ୍ରାପ୍ତ ହେବା, ଲ୍ୟାଣ୍ଡଲାଇନ୍ ଏବଂ ମୌଳିକ ଭିତ୍ତିଭୂମିର ଘୋର ଅଭାବ ଯୋଗୁଁ ସମସ୍ତ ଭାରତୀୟଙ୍କୁ ମିଆଁମାର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଭାରତୀୟମାନେ ପୂର୍ବରୁ ରଖାଇନ୍ ରାଜ୍ୟରେ ଅଛନ୍ତି ସେମାନେ ତୁରନ୍ତ ଏହି ଅଞ୍ଚଳ ଖାଲି କରନ୍ତୁ। ୨୦୧୬ ରୁ ରଖାଇନ୍ ରାଜ୍ୟରେ ହିଂସା ଜାରି ରହିଛି। ତେବେ ଗତ କିଛି ଦିନ ହେବ ମିଆଁମାରର ସାମରିକ ଶକ୍ତି ଏବଂ ବିଦ୍ରୋହୀ ସଙ୍ଗଠନ ଆରାକାନ ଆର୍ମି (ଏଏ) ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି।
Trending
- କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , 7 ମୃତ
- ଭୁଷୁଡ଼ିଲା ସେତୁ , 20 ପର୍ଯ୍ୟଟକ ନିଖୋଜ , 2 ମୃତ
- ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍
- ଜୁନ 20 ରେ ଆସିବେ ମୋଦୀ
- ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ
- ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ
- ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି
- ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ
- ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ