ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଲେ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତ ପୂର୍ବରୁ ତାମିଲନାଡୁର ଥୋଥୁକୁଡିଠାରେ ପ୍ରାୟ ୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। କେବଳ ସେତିକି ନୁହେଁ ସେ ୧୦ ରାଜ୍ୟର ୭୫ଟି ଲାଇଟ୍ ହାଉସ୍ରେ ପର୍ଯ୍ୟଟନ ସୁବିଧା ମଧ୍ୟ ଉତ୍ସର୍ଗ କରିଛନ୍ତି। ଆଜି ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ ଆଭ୍ୟନ୍ତରୀଣ ଜଳପଥ ଜାହାଜ।ତାମିଲନାଡୁ ଭି.ଓ. ଚିଦାମ୍ବରନାର ବନ୍ଦରରେ ଜାହାଜର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭି.ଓ. ଚିଦାମ୍ବରନାର ବନ୍ଦରକୁ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ କେନ୍ଦ୍ର ବନ୍ଦରରେ ପରିଣତ କରିବାକୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯିବ । ଏହାଛଡ଼ା ଥୁଥୁକୁଡ଼ି ଠାରେ ପ୍ରାୟ ୧୭ ହଜାର ୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ।ଏହା ପରେ ଅପରାହ୍ନରେ ମହାରାଷ୍ଟ୍ର ଗସ୍ତରେ ଯାଇ ପିଏମ କିଷାନ ଏବଂ ଅନ୍ୟ ଯୋଜନାରେ ଲାଭାର୍ଥୀଙ୍କୁ ଟଙ୍କା ପ୍ରଦାନ କରିବେ ।