ଉତ୍ତର ଭାରତରେ ପ୍ରବଳ ଶୀତ , ଲୋକେ ହନ୍ତସନ୍ତ
ଦିଲ୍ଲୀ: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ୟୁପିରେ ପ୍ରବଳ ଶୀତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଇଏମଡିର ପାଣିପାଗ ସୂଚନା ଅନୁସାରେ ଆଗାମୀ କିଛି ଦିନ ପୁଣି ପାରଦ ୪ ଡିଗ୍ରୀକୁ ହ୍ରାସ ପାଇବ । ୨୫ ଏବଂ ୨୬ ଡିସେମ୍ବରରେ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରିରହିବ ବୋଲି ସୂଚନା ମିଳିଛି । ଡିସେମ୍ବର ୩୦ ଯାଏ ଜାରି ହୋଇଥିବା ପାଣିପାଗ ରିପୋର୍ଟରେ ୨ ଦିନ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି, ଦିଲ୍ଲୀରେ ବହଳିଆ କୁହୁଡି ଦେଖିବାକୁ ମିଳିବ । ବିହାରର କିଛି ଅଞ୍ଚଳରେ ମଧ୍ୟ ଏହିଭଳି ସ୍ଥିତି ରହିବ ।