ବଢ଼ିଛି ଗାନ୍ଧି ପରିବାରର ଅଡ଼ୁଆ
ନ୍ୟାଶନାଲ ହେରାଲ୍ଡ ମାମଲାରେ ବଢ଼ିଛି ଗାନ୍ଧି ପରିବାରର ଅଡ଼ୁଆ। ବୁଧବାର ଦିଲ୍ଲୀର ଗୋଟିଏ କୋର୍ଟଙ୍କୁ ଇଡି କହିଛି ଯେ ତଦନ୍ତ ଚାଲିଥିବା ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲା ସହ ଜଡ଼ିତ ଅପରାଧରୁ ଆୟ ହୋଇଥିବା ୧୪୨ କୋଟି ଟଙ୍କାରୁ ପ୍ରମୁଖ ଲାଭ ଉଠାଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯୁକ୍ତି କରି ଯେ ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଗୋଟିଏ କେସ୍ ରୁଜୁ ହେବାକୁ ଉପଯୁକ୍ତ ପ୍ରମାଣ ମିଳି ସାରିଛି।
ଇଡି ଏପରି ଯୁକ୍ତି ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେଙ୍କ ଆଗରେ ଉପସ୍ଥାପନ କରିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତାମାନଙ୍କ ବିରୋଧରେ ଇଡି କରିଥିବା ଅଭିଯୋଗର ବିଚାର କରାଯିବ କି ନାହିଁ, ତା’ର ଶୁଣାଣି ହେଉଛି। ଏହି ଶୁଣାଣି ସମୟରେ ଇଡି ଏପରି ତଥ୍ୟ ଉପସ୍ଥାପନ କରିଛି।