ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବାକୁ ଯାଉଥିବାବେଳେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ଉକ୍ତ ରାଜ୍ୟଗୁଡ଼ିକର ଦାବିକୁ କେନ୍ଦ୍ର ବଜେଟରେ ଅଣଦେଖା କରାଯାଇଥିତ୍ବାରୁ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗ ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କନ୍ନଡିଗାମାନଙ୍କ ସମସ୍ୟାର ସମାଧାନ ହୋଇ ନ ଥିବାରୁ ନୀତି ଆୟୋଗ ବୈଠକରେ ଯୋଗଦେବା ଅର୍ଥହୀନ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି। ସେହିପରି କେନ୍ଦ୍ରୀୟ ବଜେଟରେ ତାମିଲନାଡୁକୁ ସର୍ବାଧିକ ପ୍ରତାରଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନୀତି ଏବଂ ବଜେଟରେ ବ୍ୟୟବରାଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେହିପରି ୨ କଂଗ୍ରେସ ମୁଖ୍ୟମନ୍ତ୍ରୀ ତେଲଙ୍ଗାନାର ରେଭନ୍ଥ ରେଡ୍ଡୀ ଏବଂ ହିମାଚଳପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ମଧ୍ୟ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନୀତି ଆୟୋଗ ବୈଠକ ବର୍ଜନ କରିବେ ବୋଲି କହିଛନ୍ତି।
Trending
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
Prev Post