ଫୋକସ୍‌ ରାଜ୍ୟ ଘୋଷଣା କର: ଭର୍ତ୍ତୃହରି

ଓଡ଼ିଶାକୁ ତିନି ବର୍ଷପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟ ରୂପେ ଘୋଷଣା କରାଯାଉ ଦାବି କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବର୍ଷକୁ ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଆମର ଗୋଟିଏ ମାତ୍ର ଦାବି ହେଉଛି ଓଡ଼ିକୁ ତିନି ବର୍ଷ ପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଉ। ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶଧନ ଏବଂ ୧୦ ପ୍ରତିଶତ ରାଜ୍ୟ ଅଂଶଧନ ଭିତ୍ତିରେ ପାଣ୍ଠି ପ୍ରଦାନ କରାଯାଉ। ଯାହା ଦ୍ବାରା ସ୍ଥିତି ଉପରେ କାବୁ କରାଯାଇପାରିବ।