ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଏବଂ ସାଂସ୍କୃତିକ ଐତିହ୍ୟ ସମେତ ବହୁବିଧ କ୍ଷେତ୍ର ସହିତ ସମ୍ପର୍କିତ , ଯାହାର ଲକ୍ଷ୍ୟ ହେଉଛି ବାରାଣସୀରେ ସାମଗ୍ରିକ ସହରାଞ୍ଚଳ ରୂପାନ୍ତରଣ, ସାଂସ୍କୃତିକ ପୁନରୁଦ୍ଧାର, ଉନ୍ନତ ସଂଯୋଗୀକରଣ ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବା।

ବାରାଣସୀରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେ ବାରାଣସୀ – ଭଦୋହୀ ରାସ୍ତା ଏବଂ ଛିତାଉନି – ଶୂଲ ଟଙ୍କେଶ୍ଵର ରୋଡ ; ଏବଂ ହରଦତ୍ତପୁରରେ ରେଳ ଓଭରବ୍ରିଜ୍ , ଯାହା ଦ୍ୱାରା ମୋହନ ସରାଇ- ଅଦଲପୁରା ରାସ୍ତାରେ ଭିଡ଼ କମ ହେବ, ସେସବୁକୁ ପ୍ରଶସ୍ତ କରିବା ଏବଂ ମଜବୁତ କରିବା ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିବେ । ସେ ଡାଲମଣ୍ଡି , ଲହରତାରା – କୋଟୱା , ଗଙ୍ଗାପୁର, ବାବତପୁର ସମେତ ଅନେକ ଗ୍ରାମୀଣ ଏବଂ ସହରାଞ୍ଚଳ କରିଡରରେ ବ୍ୟାପକ ରାସ୍ତା ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ଏବଂ ଲେଭଲ କ୍ରସିଂ ୨୨ସି ଏବଂ ଖାଲିସପୁର ୟାର୍ଡରେ ରେଳ ଓଭରବ୍ରିଜ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ସ୍ମାର୍ଟ ବଣ୍ଟନ ପ୍ରକଳ୍ପ ଅଧୀନରେ ୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ।

ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ୮ଟି ନଦୀକୂଳ କୁଚ୍ଚ ଘାଟର ପୁନଃବିକାଶ, କାଳିକା ଧାମରେ ବିକାଶମୂଳକ କାର୍ଯ୍ୟ, ରଙ୍ଗିଲଦାସ କୁଟିଆ , ଶିବପୁରରେ ପୁଷ୍କରିଣୀ ଏବଂ ଘାଟର ସୌନ୍ଦର୍ଯ୍ୟକରଣ ଏବଂ ଦୁର୍ଗାକୁଣ୍ଡର ପୁନରୁଦ୍ଧାର ଏବଂ ଜଳ ବିଶୋଧନ ପ୍ରକଳ୍ପର ଉଦଘାଟନ କରିବେ । ସେ କର୍ଦ୍ଦମେଶ୍ୱର ମହାଦେବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ; ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ କରଖିୟାଓଁର ବିକାଶ; ସାରନାଥ, ରିଷି ମାଣ୍ଡଭି ଏବଂ ରାମନଗର ଜୋନରେ ସହର ସୁବିଧା କେନ୍ଦ୍ର; ଲାମାହିରେ ମୁନସି ପ୍ରେମଚାନ୍ଦଙ୍କ ପୈତୃକ ଘରର ପୁନଃବିକାଶ ଏବଂ ଏହାକୁ ସଂଗ୍ରହାଳୟ ଭାବରେ ଉନ୍ନତୀକରଣ କରିବା ପ୍ରକଳ୍ପର ଶିଳାନ୍ୟାସ କରିବେ। ସେ କାଞ୍ଚନପୁରରେ ଏକ ସହରାଞ୍ଚଳ ମିୟାୱାକି ଜଙ୍ଗଲର ବିକାଶ ଏବଂ ସହିଦ ଉଦ୍ୟାନ ଏବଂ 21ଟି ଅନ୍ୟ ପାର୍କର ପୁନଃବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Leave a comment