ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରକୁ କେନ୍ଦ୍ର ସରକାର ଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି, ଦେଶକୁ ଉପନିବେଶବାଦୀ ଛାପରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୋର୍ଟ ବ୍ଲେୟାରର ନାମ ଇଷ୍ଟ ଇଣ୍ଡିଆ କମ୍ପାନିର ବ୍ରିଟିଶ ଔପନିବେଶିକ ନୌସେନା ଅଧିକାରୀ କ୍ୟାପଟେନ ଆର୍କିବାଲ୍ଡ ବ୍ଲେୟାରଙ୍କ ନାମରେ ରଖାଯାଇଥିଲା। ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ ଆମ ସ୍ୱାଧୀନତା ସଂଗ୍ରାମ ଏବଂ ଇତିହାସରେ ଶ୍ରୀ ବିଜୟପୁରମ୍ର ଏକ ଅତୁଳନୀୟ ସ୍ଥାନ ରହିଛି। ଏହି ନାମ ସ୍ୱାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ପ୍ରତୀକ ବୋଲି ସେ କହିଛନ୍ତି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା ଏବଂ ବୀର ସାବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଏକ ସ୍ୱାଧୀନ ଦେଶ ପାଇଁ ସଂଘର୍ଷ କରୁଥିବା ସମୟରେ ସେଲୁଲାର ଜେଲ୍ରେ ରହିଥିଲେ। ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଏକ ଅତୁଳନୀୟ ସ୍ଥାନ ରହିଛି। ଏକଦା ଚୋଳ ସାମ୍ରାଜ୍ୟର ନୌସେନା ଘାଟି ଭାବେ କାର୍ଯ୍ୟ କରୁଥିବା ଏହି ଦ୍ୱୀପାଞ୍ଚଳ ଆଜି ଆମର ରଣନୈତିକ ଏବଂ ବିକାଶଆକାଂକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଧାର ହେବାକୁ ଯାଉଛି ବୋଲି ଅମିତ ଶାହ କହିଛନ୍ତି।
Trending
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
Prev Post
Next Post