ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବର୍ଷା ପ୍ରକୋପ ଅବ୍ୟାହତ ହୋଇଛି। ଦୁଇ ରାଜ୍ୟରେ ବର୍ଷାଜନିତ ଘଟଣାରେ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଆନ୍ଧ୍ରରେ ୧୨ ଏବଂ ତେଲଙ୍ଗାନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ତେଲଙ୍ଗାନାର ଆଦିଲାବାଦ, ନିଜାମାବାଦ, ରାଜାନ୍ନା ସିର୍ସିଲିଆ, ୟାଡାରି ଭୁବନଗିରି, ଭିକାରାବାଦ, ସାଙ୍ଗାରେଡ୍ଡି, କାମାରେଡ୍ଡି ଓ ମେହବୁବନଗର ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବନ୍ୟା ପରିସ୍ଥିତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟୱାଡା ଏବଂ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେଲଙ୍ଗାନା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ତେଲଙ୍ଗାନାରେ ୫୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୦ କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯାଇଛି। ପୁନଶ୍ଚ ତେଲଙ୍ଗାନା ବନ୍ୟାକୁ ଜାତୀୟ ବିପତ୍ତି ଭାବେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ମଧ୍ୟ ଦାବି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଏହି ଦୁଇ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post