ନୂଆ ସଂସଦ ଭବନ ଉଦଘାଟନ ସମାରୋହର କାର୍ଯ୍ୟସୂଚୀ

ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ  ।

ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ  ।  ୭ଟା୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜା ପାଇଁ ପହଞ୍ଚିବେ । ସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପରେ କରାଯିବ  । ସକାଳ ୯ଟାରେ ଲୋକସଭା ଚ୍ୟାମ୍ବରରେ କାର୍ଯ୍ୟକ୍ରମ  । ମଧ୍ୟାହ୍ନ ୧୨ଟାରେ ମୋଦୀ ସଂସଦରେ ପହଞ୍ଚିବେ । ମଧ୍ୟାହ୍ନ ୧୨ଟା୭ରେ ଜାତୀୟ ସଂଗୀତ ଗାନ କରାଯିବ  । ମଧ୍ୟାହ୍ନ ୧୨ଟା ୧୦ରେ ରାଜ୍ୟସଭା ଉପାଧ୍ୟକ୍ଷ ସ୍ୱାଗତ ଭାଷଣ ଦେବେ  । ୭.ମଧ୍ୟାହ୍ନ ୧୨ଟା ୧୭ରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ  । ମଧ୍ୟାହ୍ନ ୧୨ଟା ୨୯ରେ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢ଼ାଯିବ  । ମଧ୍ୟାହ୍ନ ୧୨ଟା ୪୩ରେ ଲୋକସଭା ବାଚସ୍ପତି ଭାଷଣ ଦେବେ  । ଦ୍ବିପ୍ରହର ୧ଟା ସମୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଏବଂ ଷ୍ଟାମ୍ପ ଜାରି କରିବେ  । ଦ୍ବିପ୍ରହର ୧ଟା୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବେ  ।  ଅପରାହ୍ନ ୧ଟା ୩୦ରେ ଲୋକସଭା ସଚିବ ଧନ୍ୟବାଦ ପ୍ରସ୍ତାବ ଦେବେ  ।