ଅଦିକାଂଶ ଲୋକ ରେଳରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କାଶ୍ମୀର ଠାରୁ କନ୍ୟାକୁମାରୀ ସବୁ ସ୍ଥାନକୁ ଟ୍ରେନରେ ଯିବାକୁ ସୁବିଧା ରହିଛି । ସେଥିପାଇଁ ଭାରତର ମାନଚିତ୍ର ଦେଖିଲେ ଟ୍ରେନ୍ ଲାଇନ ଗୁଡ଼ିକ ଜାଲ ପରି ବିଛାଡ଼ି ହୋଇଥିବା ଦେଖିବାକୁ ମିଳେ । ହେଲେ ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନ ବିଷୟରେ ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଆଗକୁ ଖବରଟିକୁ ପଢନ୍ତୁ ।ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନର ନାମ ବିବେକ ଏକ୍ସପ୍ରେସ୍ । ଯାହା ଡିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ । ଟ୍ରେନ୍ ପାଖା ପାଖି ୮୨ ଘଣ୍ଟାରେ ୪୧୫୦ କିଲୋମିଟରରୁ ଅଧିକ ଯାତ୍ରା କରେ । ଟ୍ରେନ୍ ନମ୍ବର ୧୫୯୦୬ ବିବେକ ଏକ୍ସପ୍ରେସ୍ ଡିବ୍ରୁଗଡରୁ ସନ୍ଧ୍ୟା ୭ଟା ୨୫ ମିନିଟରେ ବାହାରି ଚାରିଦିନ ପରେ କନ୍ୟାକୁମାରୀରେ ପହଁଚିଥାଏ । ଆସାମର ଡିବ୍ରୁଗଡରୁ ଏହି ଟ୍ରେନ୍ ୮-୯ ରୁ ଅଧିକ ରାଜ୍ୟ ଦେଇ ଯାଇଥାଏ । ଏହି ଟ୍ରେନ୍ ଦିମାପୁର, ଗୋହାଟି , ନ୍ୟୁ ବୋଙ୍ଗାଇଗାଓଁ କୋକରାଝର୍ ନ୍ୟୁ ଆଲିପୁରଦ୍ଵାର, ନ୍ୟୁ କୁଚବିହାର, ନ୍ୟୁ ଜଲପାଇଗୁଡ଼ି କିଶାନଗଞ୍ଜ ମାଲଦା ଟାଉନ, ବର୍ଦ୍ଧମାନ୍ ଜଙ୍କସନ, ବାଲେଶ୍ଵର, କଟକ, ଭୁବନେଶ୍ୱର, ବିଶାଖାପାଟଣା, ବିଜୟଓ୍ଵାଡ଼ା, ନେଲ୍ଲୋର୍, କୋଲମ ଜଙ୍କସନ ହୋଇ ଚତୁର୍ଥ ଦିନରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚି ଥାଏ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post