ଦେଶରେ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ହେବ

୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି ଲୋକମାନେ ସରକାରଙ୍କ ନୀତି ଉପରେ ଭରସା କରିଛନ୍ତି । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ପିପିପି ମୋଡ୍‌ରେ ରେଣ୍ଟାଲ୍ ହାଉସିଂ ବ୍ୟବସ୍ଥା ନିର୍ମାଣ ହେବ। ଡର୍ମିଟୋରୀ ବ୍ୟବସ୍ଥା ରହିବ। ଯାହାଦ୍ଵାରା ଶ୍ରମିକମାନେ ସୁବିଧାରେ ରହିପାରିବେ।