ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ଏହି ବସ୍ ନିୟନ୍ତ୍ରଣ ହରାଇଥିବା ଦେଖିଥିଲେ । ଏହି ତୀର୍ଥ ଯାତ୍ରୀମାନେ ପଞ୍ଜାବର ହୋଇଥିବା ବେଳେ ସେମାନେ ହୋଶଇଆରପୁର ଯାଉଥିଲେ ।ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରୁ ଦେଖାଯାଉଛି ଯେ ବସ୍ ଭିତରୁ କିଛି ଯାତ୍ରୀ ବସ୍ ଚାଲୁଥିବା ସମୟରେ ବାହାରକୁ ଡେଇଁ ପଡ଼ୁଛନ୍ତି । ଏହା ସେନା ଯବାନଙ୍କ ନଜରରେ ପଡ଼ିଥିଲା । ଯବାନମାନେ ଉକ୍ତ ବସ୍ ପଛରେ ଗୋଡ଼ାଇଥିଲେ । ବସ୍ର ଗତି ଧୀର ଥିବାରୁ ସେମାନେ ବସ୍ ଚକା ତଳକୁ ପଥର ଫୋପାଡ଼ିଥିଲେ । ଫଳରେ ବସ୍ ଧିରେ ଧିରେ ଅଟକି ଥିଲା ଆଉ ୪୪ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post