ଦିଲ୍ଳୀ ବଜେଟ୍‌ କୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ

ଦିଲ୍ଲୀର ବଜେଟ୍ ୨୦୨୩-୨୪କୁ ଅନୁମୋଦନ ମିଳିଛି। ଗୃହ ମନ୍ତ୍ରଣାଳୟ ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଭିତ୍ତିଭୂମି ଉପରେ ବିଜ୍ଞାପନ ପାଇଁ ବ୍ୟୟ କାହିଁକି ଅଧିକ ବୋଲି ଦିଲ୍ଲୀ ସରକାରଙ୍କଠାରୁ କେନ୍ଦ୍ର ସ୍ପଷ୍ଟୀକରଣ ମାଗିବା ପରେ ଏକ ଚିଠି ଜରିଆରେ ଜବାବ ଦେଇଥିଲେ କେଜ୍ରିୱ‌ାଲ୍‌। ଏହା ପୂର୍ବରୁ ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗେହଲଟ୍ ସୂଚନା ଦେଇଥିଲେ ଯେ ବଜେଟ୍ ଫାଇଲ୍ ଅନୁମୋଦନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଦିଲ୍ଲୀ ସରକାର ସମସ୍ତ ସ୍ପଷ୍ଟୀକରଣ ନଦେବା ପର୍ଯ୍ୟନ୍ତ, ବଜେଟ୍ ପାଇଁ ଅନୁମୋଦନ ବିଚାରାଧୀନ ରହିବ ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପୂର୍ବରୁ ପ୍ରକାଶ କରାଯାଇଥିଲା।