ଦିଲ୍ଲୀ ହାଇକୋର୍ଟରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା
ଦିଲ୍ଲୀ ହାଇକୋର୍ଟରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ଆପତ୍ତିଜନକ ପୋଷ୍ଟକୁ ତୁରନ୍ତ ହଟାଇବାକୁ ଆପ ନେତାଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ମୁତାବକ, ଦିଲ୍ଲୀ ଅବକାରୀ ନୀତି ବିରୋଧରେ ଉପରାଜ୍ୟପାଳ ବିନୟ କୁମାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଆପ ନେତାଙ୍କ ବିରୋଧରେ ତନାଘନା ଆରମ୍ଭ ରିଥିଲା ସିବିଆଇ । ଏଥିରୁ ବାଦ ପଡିନଥିଲେ ଖୋଦ୍ ଅବକାରୀ ତଥା ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ । ଏହାପରେ ଉତ୍ତ୍ୟକ୍ତ ଆପ୍ ନେତା ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ଏକାଧିକ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ ।