ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ :  ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ଏକ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସିସୋଦିଆଙ୍କ ପକ୍ଷରୁ ତାଙ୍କ ଓକିଲ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟରେ ଏହି ଜାମିନ ଆବେଦନ କରିଛନ୍ତି । ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ଏହାପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଥିଲା ।ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନ ଗ୍ରହଣ କରିନଥିଲେ ଓ ତଳ କୋର୍ଟକୁ ଯିବାକୁ କହିଥିଲେ ।