ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର

ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ । ମାତ୍ର ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି । ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର ଥିବାବେଳେ ବିଜେପି ୩୪ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିରୋଧୀ ବାମ ଓ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ବିଜୟ ହାସଲ କରିଛନ୍ତି କିମ୍ବା ଆଗୁଆ ଅଛନ୍ତି ।