ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଗିରଫ ପରେ କାନ୍ଦିଲେ

ନୂଆଦିଲ୍ଲୀ :  କାନ୍ଦିଲେ ଶକ୍ତି ମନ୍ତ୍ରୀ । ତାମିଲନାଡୁ ଶକ୍ତି ମନ୍ତ୍ରୀ ଇଡି ଗିରଫ କରିବା ପରେ ସେ କାନ୍ଦିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।  ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀ ଗିରଫ ହୋଇଛନ୍ତି । କ୍ୟାସ୍‌ ଫର ଜବ୍‌ ସ୍କାମ ମାମଲାରେ ବାଲାଜୀଙ୍କୁ ଇଡି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା ।

ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କାର ଭିତରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ ବାଲାଜୀ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲାଜୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ବାଲାଜୀଙ୍କୁ ଭେଟିଛନ୍ତି । ଚାକିରି ପାଇଁ ଟଙ୍କା ନେଇଥିବା ଅଭିଯୋଗ ପରେ ଇଡି ଟିମ୍ ମନ୍ତ୍ରୀଙ୍କ ବାସଭବନ ସମେତ ଅନ୍ୟକିଛି ସ୍ଥାନରେ ଚଢ଼ାଉ କରିଥିଲା । ୨୪ ଘଣ୍ଟା ଧରି ଚଢ଼ାଉ ପରେ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଓମାନଦୂରାର ସରକାରୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି । ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।