ପାଣିରେ ଉବୁଡୁବୁ ତାମିଲନାଡୁ । ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅଧାରାସ୍ତାରେ ଅଟକି ରହିଛି ଯାତ୍ରୀବାହୀ ଟ୍ରେନ୍। ୮୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି । ଏହି ଟ୍ରେନ୍ ତିରୁଚେନ୍ଦୁରରୁ ଚେନ୍ନାଇ ଯାଉଥିଲା । ପ୍ରବଳ ବର୍ଷା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।ତାମିଲନାଡୁର ତୁତିକୋରିନ ଜିଲ୍ଲାର ଶ୍ରୀବୈକୁଣ୍ଠମରେ ଯାତ୍ରୀମାନେ ଫସି ରହିଛନ୍ତି । ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିବାରୁ କେବଳ ଲୁହା ରଡ ଓ ସିମେଣ୍ଟ ସ୍ଲାବ ଦେଖାଯାଉଛି । ଏଥିଯୋଗୁ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି । ରେଳଯାତ୍ରୀଙ୍କୁ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି । ଅସୁସ୍ଥ ଯାତ୍ରୀଙ୍କୁ ଭାରତୀୟ ବାୟୁସେନା ଏୟାରଲିଫ୍ଟ କରାଉଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post