ପାଣିରେ ଉବୁଡୁବୁ ତାମିଲନାଡୁ । ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅଧାରାସ୍ତାରେ ଅଟକି ରହିଛି ଯାତ୍ରୀବାହୀ ଟ୍ରେନ୍। ୮୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି । ଏହି ଟ୍ରେନ୍ ତିରୁଚେନ୍ଦୁରରୁ ଚେନ୍ନାଇ ଯାଉଥିଲା । ପ୍ରବଳ ବର୍ଷା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।ତାମିଲନାଡୁର ତୁତିକୋରିନ ଜିଲ୍ଲାର ଶ୍ରୀବୈକୁଣ୍ଠମରେ ଯାତ୍ରୀମାନେ ଫସି ରହିଛନ୍ତି । ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିବାରୁ କେବଳ ଲୁହା ରଡ ଓ ସିମେଣ୍ଟ ସ୍ଲାବ ଦେଖାଯାଉଛି । ଏଥିଯୋଗୁ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି । ରେଳଯାତ୍ରୀଙ୍କୁ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି । ଅସୁସ୍ଥ ଯାତ୍ରୀଙ୍କୁ ଭାରତୀୟ ବାୟୁସେନା ଏୟାରଲିଫ୍ଟ କରାଉଛି ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post