ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇବା ପାଇଁ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ୱର ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ଠାରେ କ୍ୱାଡ୍ରୁପଲ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସଫଳତାର ସହ କରିଛନ୍ତି । ଏହି ସର୍ଜରୀ ଓଡିଶାରେ ପ୍ରଥମ ଓ ବିଶ୍ୱରେ ରିପୋର୍ଟ ହୋଇଥିବା ଦ୍ୱିତୀୟ ଘଟଣା । ଏମ୍ସ ଭୁବନେଶ୍ୱରର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇ ଥିବା ଆମ ଡାକ୍ତରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ନୈପୁଣ୍ୟରେ ଆମେ ଗର୍ବିତ ।”
@AIIMSBhubaneswr conducts successful Quadruple Joint Replacement Surgery in a crippled patient.
First of its kind in Odisha,Second Case reported Globally
Executive Director Dr. Ashutosh Biswas congratulated the team for the surgery.@MoHFW_INDIA @mansukhmandviya @DrBharatippawar pic.twitter.com/2zgtcTTGvA— AIIMS Bhubaneswar (@AIIMSBhubaneswr) February 11, 2023