ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ
ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ।ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ। 43 ବିଧାୟକଙ୍କ ସମର୍ଥନ ରହିଥିବା ଦାବି । ସେପଟେ ୧୦ ଦିନ ମଧ୍ୟରେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।ପୂର୍ବ ସିଏମ ହେମନ୍ତ ସୋରେନଙ୍କ ଗିରଫ ପରେ ଚମ୍ପଇ ସୋରେନ ଗାଦିରେ ବସିବେ। ଶପଥ ସମାରୋହ ୧୨ ଟା କିମ୍ବା ଗୋଟିଏ ମଧ୍ୟରେ ହେବାନେଇ ସୂଚନା। ଜେଏମଏମ ବିଧାୟକ ହେଉଛନ୍ତି ଚମ୍ପଇ ସୋରେନ।