ଚିଲିର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଯାଇଛି। ଅନେକ ଘର ଜଳି ଯାଇଛି। ଏହି ଭୟାନକ ପରିସ୍ଥିତି ଯୋଗୁଁ ଚିଲିରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରବିବାର କେନ୍ଦ୍ରୀୟ ଚିଲିରେ ନିଆଁ ଲାଗି ମୃତ୍ୟୁ ସଂଖ୍ୟା ଅତି କମରେ ୯୯ରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଚେତାବନୀ ଦେଇଛନ୍ତି ଯେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ବର୍ତ୍ତମାନ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏବେ ବି ଜଙ୍ଗଲରେ ଲୋକଙ୍କ ଖୋଜାଖୋଜି ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।ଚଳିତ ସପ୍ତାହରେ ଚିଲିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସାମ୍ନାକୁ ଆସିଲା ଜଣେ ବୃଦ୍ଧାଙ୍କ ବିକଳ ଚିତ୍ର। କିପରି ନିଆଁ ସହ କରିଲେ ସଙ୍ଘର୍ଷ। ଯେତେବେଳେ ନିଆଁ ବଢିବାରେ ଲାଗିଥିଲା ୬୩ ବର୍ଷୀୟା ରୋସାନା ଆଭେଣ୍ଡାନୋ ଘରୁ ଦୂରରେ ଥିଲେ, ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ସେ କହିଲେ ଯେ ଆମ ସହିତ ବହୁତ ଖରାପ ଘଟିଛି। ଅଗ୍ନିକାଣ୍ଡ ଆମ ଘର ନିକଟରେ ପହଞ୍ଚିବା ରୁ ସବୁ କିଛି ଜଳି ଯାଇଥିଲା। ମୋ ସ୍ୱାମୀ ଗରମ ଅନୁଭବ କରିବା ମାତ୍ରେ ସେ ସେଠାରୁ ପଳାଇ ଯାଇଥିଲେ। ସେ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଏହି ଅଞ୍ଚଳରେ କୌଣସି ଘର ବାକି ନାହିଁ। ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୯୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post