ଖୋଲିଲା କେଦାରନାଥ

ଭାରତର ବହୁ ଚର୍ଚ୍ଚିତ ତୀର୍ଥସ୍ଥାନ କେଦାରନାଥ ଧାମ୍‌ ଶୁକ୍ରବାରଠାରୁ ଖୋଲାଯାଇଛି। ହର ହର ମହାଦେବଙ୍କ ନାମ ଉଚ୍ଚାରଣ କରି ଭକ୍ତମାନେ ସେହି ସ୍ଥାନକୁ ପବିତ୍ର କରି ଦେଇଥିବା ସମୟରେ ମନ୍ଦିରର ଫାଟକ ଖୋଲିଥିଲା। ଆଜି ସକାଳ ୭ଟାରୁ କେଦାରନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି।ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ଗୀତା ଧାମି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ ।