କେଜ୍ରିୱାଲଙ୍କ ବଙ୍ଗଳା ମରାମତିରେ ୧୭୧ କୋଟି ଖର୍ଚ୍ଚ ହୋଇଛି: କଂଗ୍ରେସ

ନୂଆଦିଲ୍ଲୀ: କେଜରିଓ୍ବାଲଙ୍କ ରାଜମହଲଙ୍କୁ ନେଇ କଂଗ୍ରେସ ଟାର୍ଗେଟ କରିଛି । ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇବାକୁ କହି ଆପ୍ ନେତାମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି କହିଛନ୍ତି  କଂଗ୍ରେସ ନେତା ଅଜୟ ମାକେନ । ସେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳା ନବୀକରଣରେ ୪୫ କୋଟି ନୁହେଁ ୧୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି  ଖର୍ଚକୁ ଆପ୍ ଦଳ ଲୁଚାଉଛି ।  ମାକେନ କହିଛନ୍ତି, କେଜ୍ରିୱାଲଙ୍କ ଘର ଚାରିପଟେ ଚାରୋଟି କୋଠା ଥିଲା, ଯେଉଁଥିରେ ୨୨ ଜଣ ଅଫିସର ରହୁଥିଲେ। ନବୀକରଣ ଆରମ୍ଭ ହେବା ପରେ କେଜ୍ରିୱାଲଙ୍କ ବଙ୍ଗଳା ସମ୍ପ୍ରସାରଣ ପାଇଁ ଉକ୍ତ ଫ୍ଲାଟଗୁଡ଼ିକୁ ଖାଲି କରାଯାଇଥିଲା। ବର୍ତ୍ତମାନ ଉକ୍ତ ଅଫିସରମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କମନୱେଲ୍‌ଥ ଭିଲେଜରେ ୨୧ଟି ଟାଇପ୍-୫ ଫ୍ଲାଟ୍ କିଣାଯାଇଛି, ଯାହାର ପ୍ରତ୍ୟେକର ମୂଲ୍ୟ ୬ କୋଟି ଟଙ୍କା।ମାକେନ ଆଜି କହିଛନ୍ତି, ଦିଲ୍ଲୀର ମାଷ୍ଟରପ୍ଲାନକୁ କିପରି ଅଣଦେଖା କରାଯାଇଛି ସେ ନେଇ ଉପରାଜ୍ୟପାଳଙ୍କ ଆଗରେ ସେ ଅଭିଯୋଗ କରିବେ।