କର୍ଣ୍ଣାଟକ ନିର୍ବାଚନ: କିଏ ଗଢ଼ିବ ସରକାର?

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ କିଏ ଗଢ଼ିବ ସରକାର । ଏହାର ଉତ୍ତର ଆସନ୍ତା ୧୦ ତାରିଖରେ ଜଣାପଡିବ। ତେବେ ବିଜେପି କହୁଛି ସରକାର ଗଢ଼ିବ । କଂଗ୍ରେସ କହୁଛି ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବା ବେଳେ କଂଗ୍ରେସ ଏବଂ ବିଜେପି ଭିତରେ ଲଢ଼େଇ ଜୋରଦାର ହୋଇଛି । କଂଗ୍ରେସ ପକ୍ଷରୁ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧି, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରମୁଖ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଏହି ନେତାମାନେ ଦାବି କରୁଛନ୍ତି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଦଳର ବଡ଼ ବଡ଼ ନେତା  ପ୍ରଚାରରେ ସାମିଲ ହୋଇଛନ୍ତି। ‌ଅନ୍ୟପକ୍ଷରେ କିଛି ଜନମତ ସର୍ଭେରେ ଏଥର ନିର୍ବାଚନରେ ଦୁଇ ଦଳ ଭିତରେ କଡା ଟକ୍କର ହେବ ବୋଲି କୁହାଯାଉଛି । କିଛି ଗଣମାଧ୍ୟମ ବିଜେପି ସରକାର ଗଠନ କରିବ ବୋଲି କହୁଥିବା ବେଳେ କିଛି ଗଣମାଧ୍ୟମ କଂଗ୍ରେସ ସରକାର ଗଠନ କରିବ ବୋଲି ଘୋଷଣା କରିଛନ୍ତି । ତେବେ ହନୁମାନଙ୍କୁ ନେଇ ଏଥର କର୍ଣ୍ଣାଟକ ନିର୍ବାଚନ ରାଜନୀତି ସରଗରମ ରହିଛି ।