କର୍ଣ୍ଣାଟକରେ ପରାଜୟ ସ୍ୱୀକାର କଲା ବିଜେପି, ସରକାର ଗଠନ ପୂର୍ବରୁ ତାମିଲନାଡୁ ଯିବେ ନିର୍ବାଚିତ କଂଗ୍ରେସ ବିଧାୟକ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ପରାଜୟ ସ୍ବୀକାର କରିଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଦଳର ପରାଜୟ ପାଇଁ ନିଜକୁ ଦାୟି କରିଛନ୍ତି । ଏନେଇ ସେମାନେ ଆଲୋଚନା କରିବେ ବୋଲି ସେ କହିଛନ୍ତି । କର୍ଣ୍ଣାଟକାରେ କଂଗ୍ରେସ  ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ ରହିଛି।  ବିଜୟର  ନିକଟତର ହେଉଥିବା ବେଳେ ତା’ର ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ଲାଗି ତାମିଲନାଡୁ ନେଇଯିବାକୁ ଯୋଜନା କରୁଛି କଂଗ୍ରେସ । ଘୋଡା ବେପାରକୁ ଭୟ କରୁଛି କଂଗ୍ରେସ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।  ତେଣୁ  କଂଗ୍ରେସ ନିଜ ବିଧାୟକଙ୍କୁ ତାମିଲନାଡୁ ନେବାପାଇଁ ନିଷ୍ପତ୍ତି ନେଇଛି । ଘୋଡା ବେପାର ଆଶା କରୁଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ନେବାକୁ ଯୋଜନା କରୁଛି।  ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚିତ କଂଗ୍ରେସ ବିଧାୟକମାନେ ପ୍ରଥମେ ବେଙ୍ଗାଲୁର ଯିବେ ଏବଂ ସେଠାରୁ ତାମିଲନାଡୁ ଯିବାର ସଂଭାବନା ରହିଛି । ଜେଡି(ଏସ୍‌) ନେତା ଏଚ୍‌. ଡି. କୁମାରସ୍ବାମୀ କହିଛନ୍ତି ଦଳ  ୩୦/୩୨ଟି ଆସନ ପାଇବ ବୋଲି ଆଶା ରଖିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୋ ସହିତ ଯୋଗାଯୋଗ କରିନାହାନ୍ତି।