National କର୍ଣ୍ଣାଟକରେ ହେବ ଝୁଲା ବିଧାନସଭା! On May 10, 2023 କର୍ଣ୍ଣାଟକ ରାଜ୍ୟ ବିଧାନସଭାରେ ଏଥର କିଏ ସରକାର ଗଠନ କରିବ ତାହା ଫଳ 13ରେ ପ୍ରକାଶ ପାଇବ । ତେବେ ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ଏକ୍ଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି। 8ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍ଜିଟ୍ ପୋଲ୍ରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଅଧିକାଂଶ ଆକଳନ କରାଯାଇଛି। ମୋଟାମୋଟି କହିବାକୁ ଗଲେ ଏଥର କର୍ଣ୍ଣାଟକରେ ଜେଡିଏସ କିଙ୍ଗ ମେକର ହେବ । କଂଗ୍ରେସକୁ ଫାଇଦା ମିଳିପାରେ । ଗତଥର ଭଳି ଏଥର ମେଣ୍ଟ ସରକାର ହେବାକୁ ଯାଉଥିବା ଏକପ୍ରକାର ନିଶ୍ଚିତ ହୋଇଛି। କର୍ଣ୍ଣାଟକ ରାଜ୍ୟ ବିଧାନସଭାର ମୋଟ 224 ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସରକାର ଗଠନ ପାଇଁ 113 ହେଉଛି ମ୍ୟାଜିକ୍ ନମ୍ବର। ତେବେ ଏହି ନମ୍ବର କଂଗ୍ରେସ ଛୁଉଁଛି କି ବିଜେପି ଛୁଉଁଛି ନା ମେଂଟ ସରକାର ହେବ ତାହା ଫଳାଫଳ ପ୍ରକାଶ ପରେ ଜଣାପଡିବ । Share