କମିଲା ଏଲପିଜି ସିଲିଣ୍ଡରର ଦାମ୍
ଏଲପିଜି ସିଲିଣ୍ଡରର ଦାମ୍ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଛି। ଏହା ବ୍ୟବସାୟୀମାନଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।ଅଏଲ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ, ମେ ପହିଲାରୁ ରାଜଧାନୀ ଦିଲ୍ଲୀରେ ୯ କିଲୋଗ୍ରାମ ବିଶିଷ୍ଟ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୯ କେଜି ହ୍ରାସ ପାଇଛି । ତେଣୁ ଏହାର ଦାମ୍ ୧୭୬୪.୫୦ ଟଙ୍କାରୁ ହ୍ରାସ ପାଇ ୧୭୪୫.୫୦ ଟଙ୍କା ହୋଇଯାଇଛି । ଏପରି ଭାବେ ମୁମ୍ବାଇରେ କମର୍ଶିଆଲ ଏଲପିଜି ସିଲିଣ୍ଡରର ଦାମ ୧୭୧୭.୫୦ ଟଙ୍କାରୁ ହ୍ରାସ ପାଇ ଏବେ ୧୬୯୮.୫୦ ଟଙ୍କା ହୋଇଯାଇଛି । ଚେନ୍ନାଇରେ ମଧ୍ୟ ସିଲିଣ୍ଡରର ଦାମ୍ ୧୯ ଟଙ୍କା ଶସ୍ତା ହୋଇଛି । ଏହାର ଦାମ୍ ୧୯୩୦ ଟଙ୍କାରୁ କମ୍ ହୋଇ ୧୯୧୧ ଟଙ୍କାରେ ପହଞ୍ଚି ଯାଇଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧ ଟଙ୍କା ଅଧିକ ଅର୍ଥାତ ୨୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୧୮୭୯ ଟଙ୍କା ରହିଥିବା ବେଳେ ଏବେ ସେଠାରେ ୧୮୫୯ ଟଙ୍କାରେ ପହଞ୍ଚି ଯାଇଛି ।