କଂଗ୍ରେସ ଦେଇଥିବା ମାଗଣା ପ୍ରତିଶ୍ରୁତି ପୂରଣ କରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସ୍ପଷ୍ଟ ବହୁମତ ପାଇଛି । ବିଜେପି ପରାଜିତ ହୋଇଛି । ମୁଖ୍ୟମନ୍ତ୍ରୀ କିଏ ହେବ ଘୋଷଣା ହୋଇନଥିଲେ ମଧ୍ୟ ଡିକେ ଶିବକୁମାର କି ସିଦ୍ଦରମୈୟା ହେବା ସଂଭାବନା ରହିଛି । ଏହାରି ଭିତରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି କଂଗ୍ରେସ ଗରିବଙ୍କ ପାଇଁ ଯେଉଁ 5ଟି ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବ । କଂଗ୍ରେସ ଏହାର ଇସ୍ତାହାରରେ କର୍ଣ୍ଣାଟକବାସୀଙ୍କୁ ଅନେକ ମାଗଣା ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ କହିଥିଲା ଯେ, କ୍ଷମତାକୁ ଆସିଲେ ଅଧା ଦାମରେ ଗ୍ୟାସ ଦେବ ।  କର୍ଣ୍ଣାଟକରେ ସମସ୍ତ ମହିଳାଙ୍କୁ ମାଗଣା ବସ୍ ପାସ୍ ଦେବ ।  ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ୨୦୦୦ଟଙ୍କା ଭତ୍ତ‌ା ଦେବ ।  ପ୍ରତିମାସରେ ସ୍ନାତକ କରି ବେରୋଜଗାର ଥିବା ଯୁବପୀଢ଼ିଙ୍କୁ ୫୦୦୦ଟଙ୍କା ଦେବ ।  ଡିପ୍ଲୋମାଧାରୀଙ୍କୁ ୧୫୦୦ଟଙ୍କା ଦେବ । ପ୍ରତି ପରିବାରକୁ ୧୦କିଲୋ ଚାଉଳ ଦେବ । ସବୁ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବ  ।  ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏସବୁ ଯୋଜନା ଲାଗୁ କରିବାକୁ କହିଛନ୍ତି ।  ସେ କହିଛନ୍ତି ଯେ ପ୍ରଥମ ଦିନ, ପ୍ରଥମ କ୍ୟାବିନେଟରେ ଇସ୍ତାହାରରେ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବୁ। କର୍ଣ୍ଣାଟକାରେ ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ ରହିଛି।