ଓଡ଼ିଶାରେ କାହାର ହେବ ବିଜୟ ? ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। ଓଡ଼ିଶାରେ କିଏ ସରକାର ଗଢ଼ିବ ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହୋଇଥିଲା । ଏହାପରେ ମାରାଥନ ପ୍ରଚାର ଅଭିଯାନ ଚାଲିଲା । ପୁଣି ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେଲା । ତାରିଖ ଘୋଷଣାରୁ ଭୋଟ ଗଣତି ପର୍ଯ୍ୟନ୍ତ ପ୍ରାୟ ୮୦ ଦିନ ବିତିଛି । ଆଜି ଏହି ୮୦ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି ।ଆସିବ ଭୋଟରଙ୍କ ରାୟ । ୭୫୧ ଦଳର ମୋଟ ୮,୩୬୦ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ହେବ ।ଜୁନ୍ ୪ (ମଙ୍ଗଳବାର)ରେ ୫୪୩ ଲୋକସଭା ଏବଂ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଘଣ୍ଟାଏ ପରେ ଜନତା ଦେଖିବେ ଟ୍ରେଣ୍ଡ । କିଏ ଆଗୁଆ ଓ କିଏ ପଛୁଆ ତାହା ଜାଣିବା ଲାଗି ଟିଭି ଉପରେ ରହିବ ନଜର । ପ୍ରତି କ୍ଷଣରେ ନେତାଙ୍କ ଛାତି ଧଡ଼ଧଡ଼ ହେବ ଏବଂ ଜନତାଙ୍କ ଉତ୍କଣ୍ଠାର ପାରଦ ଉପରମୁହାଁ ହୋଇଚାଲିବ । ଅଷ୍ଟାଦଶ ଲୋକସଭା କାହାର, ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ସ୍ପଷ୍ଟ ହେବା ସମ୍ଭାବନା ରହିଛି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post