ଉଦ୍ଧବଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପୋଷ୍ଟିଂ କ୍ଷମତା ହାତରୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିଭିନ୍ନ ଦଳର ମୁଖ୍ୟଙ୍କୁ ଭେଟୁଛନ୍ତି । ନୀତିଶ ଓ ମମତାଙ୍କୁ ଭେଟି ମୋଦି ସରକାରଙ୍କୁ ବିରୋଧ କରିବାକୁ କହିଛନ୍ତି । ଏବେ  ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ କରିବା ପାଇଁ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।  ମୁମ୍ବାଇ ଯାଇ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କୁ ଭେଟିବେ ବୋଲି କହିଛନ୍ତି କେଜ୍ରିଓ୍ବାଲ । ସୁପ୍ରିମକୋର୍ଟଙ୍କ ରାୟ ବଦଳାଇ ଅସମ୍ବିଧାନିକ ଭାବେ ଅଧ୍ୟାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି କେଜରିଓ୍ବାଲ ।