ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର । ତେବେ ସେଠାରୁ ଫେରିବା କିମ୍ବା ତାଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନି। ଏହାରି ଭିତରେ ନାସା ପକ୍ଷରୁ ଏକ ଅପ୍ଡେଟ୍ ପ୍ରଦାନ କରାଯାଇଛି। ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ମାତ୍ର ଅନ୍ତରୀକ୍ଷରେ ଆଉ ୯୬ଘଣ୍ଟାର ଅମ୍ଳଜାନ ଥିବା ବେଳେ ସେମାନେ କିପରି ସେଠାରେ ଜୀବିତ ରହିବେ ସେ ନେଇ ଚିନ୍ତା ବଢିଛି।ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟ ପୃଥିବୀ ପୃଷ୍ଠକୁ ଫେରିବେ। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦଜନକ ବୋଲି କହିଛି ନାସା। ସପ୍ତାହେ ପାଇଁ ମହାକାଶକୁ ଯାଇଥିବା ଉଭୟ ମହାକାଶଚାରୀ ଏବେ ଅନ୍ତରୀକ୍ଷରେ ଦୀର୍ଘ ୮ ମାସ ଧରି ରହିବେ। ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ