ଆରମ୍ଭ ହେବ ଅଣ୍ଡର ୱାଟର ମେଟ୍ରୋ ସେବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬ ତାରିଖରେ କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି। ଏହି ମେଟ୍ରୋ ସେବା ସାଧାରଣଲୋକଙ୍କ ପାଇଁ କେବେ ଆରମ୍ଭ ହେବ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ଏହାର ତାରିଖ ଘୋଷଣା ହୋଇଯାଇଛି।କୋଲକାତା ମେଟ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପାଣି ତଳେ କ୍ଷୀପ୍ର ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇସାରିଥିବା ମେଟ୍ରୋ ରେଳ ମାର୍ଚ୍ଚ ୧୫ ସକାଳ ୭‌ରେ ସାଧାରଣଲୋକଙ୍କୁ ସେବା ଯୋଗାଇବ। ଏହି ମେଟ୍ରୋ ସେବା ହାୱଡ଼ାରୁ ଏସପ୍ଲେନେଡ ମଧ୍ୟରେ ଆରମ୍ଭ ହେବ। ଦୁଇ ଷ୍ଟେସନ ମଧ୍ୟରେ ଦୂରତା ୪.୮କିମି ପର୍ଯ୍ୟନ୍ତ ରହିଛି। ହାୱଡ଼ା ମେଟ୍ରୋ ଷ୍ଟେସନ ଦେଶର ସବୁଠାରୁ ଗଭୀର ଷ୍ଟେସନ ବୋଲି କୁହାଯାଉଛି। ଏହି ସେବା ଆରମ୍ଭ ହେବା ସହିତ ସହେ ବର୍ଷ ତଳର ସ୍ବପ୍ନ ପୂରଣ ହେବ ବୋଲି କୁହାଯାଉଛି।ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ହେବ ବୋଲି ବିଶ୍ବାସ କରାଯାଉଛି। ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍‌ ସିଟିକୁ ସଂଯୋଗ କରିବ।