ଆତ୍ମସମର୍ପଣ କଲେ ୯ ନକ୍ସଲ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ତେବେ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।