ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି । ଯବାନମାନଙ୍କ ଦ୍ୱାରା ଆତଙ୍କବାଦୀମାନଙ୍କ ପାଖରୁ ଅଷ୍ଟ୍ରିଆରେ ତିଆରି ହୋଇଥିବା ଷ୍ଟେୟର ଏୟୁସି ଆସଲ୍ଟ ରାଇଫଲ ଉଦ୍ଧାର କରାଯାଇଛି । ଷ୍ଟେୟର ଏୟୁସି ଅସଲ୍ଟ ରାଇଫଲ ଉଦ୍ଧାର ହେବାରେ ସୁରକ୍ଷା ଏଜେନ୍ସିମାନେ ଚିନ୍ତିତ ଅଛନ୍ତି ।ସୂଚନାନୁଯାୟୀ, ନିହତ ହୋଇଥିବା ଆତଙ୍କବାଦୀମାନଙ୍କ ପାଖରୁ ଅସ୍ତ୍ର ଏବଂ ଗୋଳା-ବାରୁଦ, ଯୁଦ୍ଧ ଭଳି ଜିନିଷ ଏବଂ ଏକ ପାକିସ୍ତାନୀ ପ୍ରମାଣପତ୍ର ଉଦ୍ଧାର କରାଯାଇଛି । ଆତଙ୍କବାଦୀ ପ୍ରଥମେ ଆମେରିକା ନିର୍ମିତ ଏମ-୪ କାର୍ବାଇନ ରାଇଫଲର ଉପଯୋଗ କରୁଛି । ସୁରକ୍ଷାକର୍ମୀ ଜାମ୍ମୁ ଅଞ୍ଚଳ ଏବଂ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରେ ଏହାକୁ ଉଦ୍ଧାର ମଧ୍ୟ କରାଯାଇଛି ।ଷ୍ଟେୟର ଏୟୁଜିକୁ ଏକ ମଡ୍ୟୁଲାର ଅସ୍ତ୍ର ପ୍ରଣାଳୀ ଭାବେ ଡିଜାଇନ କରାଯାଇଛି, ଯାହାକୁ ଖୁବ ଶିଘ୍ର ଏକ ଆସଲ୍ଟ ରଇଫଲ, ଏକ କର୍ବାଇନ, ଏକ ସବମେସିନ ଗନ ଏବଂ ଏକ ଓପନ-ବୋଲ୍ଟ ଲାଇଟ ମେସିନ ଗନ ଭାବେ କନଫିଗୋର କରାଯାଇ ପାରିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post