National ଆଜି ପାଟନାରେ ବିଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ On Jun 23, 2023 ପାଟନା: ଆଜି ପାଟନାରେ ଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ । ବିଜେପି ସରକାର ଅମଳରେ ଦେଶରେ ବେରୋଜଗାରୀ, ଦରବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ବେଷ ଭାବ ବଢ଼ିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମୁଦ୍ଦା ଓ ବିଜେପି ବିରୋଧରେ ଏଜେଣ୍ଡା ପ୍ରସ୍ତୁତ କରାଯିବ । ସମ୍ମିଳନୀରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରମୁଖ ପାଟନାରେ ପହଁଚିଛନ୍ତି । ମହାମେଳିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ ସାମିଲ ହେବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି । ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି । Share