ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଦଶହରା, ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିପାରେ । ବୈଠକରେ ୪ ପ୍ରତିଶତ ଡିଏ ବୃଦ୍ଧିକୁ ମଞ୍ଜୁରୀ ମିଳିପାରେ । ଯଦି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନିଅନ୍ତି ତା’ହେଲେ ହଜାର ହଜାର କର୍ମଚାରୀଙ୍କର ଡିଏ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଯିବ ।ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୪୨ ପ୍ରତିଶତ ଡିଏ ମିଳୁଥିବା ବେଳେ ଗତ ଜୁଲାଇ ପହିଲାରୁ ନୂଆ ଡିଏ ବୃଦ୍ଧି ପ୍ରଭାବୀ ହୋଇପାରେ । ଫଳରେ କର୍ମଚାରୀମାନେ ଆସନ୍ତା ନଭେମ୍ବର ମାସରେ ପାଇବାକୁ ଥିବା ବେତନ ସହିତ ଡିଏ ମିଶିକରି ଆକାଉଣ୍ଟକୁ ଆସିବ । ଏଥିସହିତ ଜୁଲାଇ ମାସଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବାକି ଥିବା ଅର୍ଥ ମିଳିବ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଫଳରେ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଫାଇଦା ମିଳିବ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post